ଓଡ଼ିଶାଲାଇଭ୍ ବ୍ୟୁରୋ

୬ ଅଭିଯୁକ୍ତ ଦେବେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା।

କେନ୍ଦୁଝର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ। ଦୁଷ୍କର୍ମ ମାମଲରେ ୬ ଅଭିଯୁକ୍ତଙ୍କୁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଓ ଦୗରା ଜଜ୍‌ କୋର୍ଟ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

୨୦୧୫ରେ କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଅଞ୍ଚଳରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା। ଏକ ଜଙ୍ଗଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ହାଟରୁ ଫେରିବା ରାସ୍ତାରେ ନାବାଳିକାଙ୍କ ସହ ଏହି ଦୁଷ୍କର୍ମ ହୋଇଥିବା ଜଣାପଡ଼ିଥିଲା।

ଆଜି ଜଗତ୍‌ସିଂହପୁର ଏଡିଜେ ମଧ୍ୟ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ କଡ଼ା ଦଣ୍ଡ ଦେଇଛନ୍ତି। ଅଭିଯୁକ୍ତ କାଳିଆ ମାନନ୍ ଓରଫ୍ ନବକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

Comment