ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡରେ ଦଶହରା ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଗୁଣୁପୁର ଉପଖଣ୍ଡ ପୋଲିସ ଦ୍ଵାରା ଏକ ବୈଠକ ବସିଥିଲା। ଏଥିରେ ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଆଲୋଚନା କରାଯାଇଥିଲା। ଏହି ବୈଠକ ଗୁଣୁପୁର ଉପଖଣ୍ଡ ଆରକ୍ଷୀ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଛି।

ବୈଠକରେ ଉପଖଣ୍ଡ ରାଜକିଶୋର ଦାସ ଅଧକ୍ଷତା କରିଥିଲେ। ଏଥିରେ ସମସ୍ତ ଥାନା ଅଧିକାରୀ ଯୋଗ ଦେଇ ଚଳିତ ଦଶହରା ପୂଜାରେ ଲୋକଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ତାକୁ ନେଇ ବୈଠକ ଆଲୋଚନା କରାଯାଇଥିଲା।

ଆସନ୍ତା ଦଶହରାରେ ଜନସାଧାରଣଙ୍କୁ ସୁରକ୍ଷା ଦିଆଯିବା ଦେବା ପାଇଁ ଅପରାଧ ନିୟନ୍ତ୍ରଣ ଓ ନୂତନ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯିବାର ନିଷ୍ପତ୍ତି ହୋଇଛି। ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ତିନି ମାସ ଅବଧି ସମୟରେ ବିଭିନ୍ନ ସ୍କୁଲ କଲେଜ ଏପରିକି ଜନସାଧାରଣଙ୍କୁ ଟ୍ରାଫିକ ଉପରେ ସଚେତନତା ଦିଆଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ଦାସ ସୂଚନା ଦେଇଛନ୍ତି।

Comment