ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟ ଅଣଦେଖା କରିବା ପରେ ଇମ୍ରାନ ସରକାର ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଏବେ ପୁଣିଥରେ ଭାରତ ବିରୋଧରେ କିଛି ଷଡ଼ଯନ୍ତ୍ର କରିବା ବୋଲି ଅନୁମାନ କରାଯାଉଛି।

ଭାରତ ବିରୋଧରେ ବିଷ ଓଗାଳିବାକୁ ନିଜ କବ୍‌ଜାରେ ଥିବା କଶ୍ମୀରର କିଛି ଅଂଶ ବା ପିଓକେର ରାଜଧାନୀ ମୁଜାଫରବାଦରେ ଏକ ରାଲିର ଆୟୋଜନ କରିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।

ଏହି ରାଲି ମାଧ୍ୟମରେ କଶ୍ମୀର ପ୍ରସଙ୍ଗରେ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଇମ୍ରାନ ଚେଷ୍ଟା କରିବେ।ଏହି ରାଲିର ଆୟୋଜନ କରିବାକୁ ବୁଧବାର ଟୁଇଟ କରି କହିଥିଲେ ଇମ୍ରାନ। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପିଓକେରେ ବଡ ଜନ ସମୁଦାୟଙ୍କ ସମର୍ଥନ ଭାରତ ପ୍ରତି ଦେଖିବାକୁ ମିଳିଛି। ଏହା ଇମ୍ରାନଙ୍କ ନିଦ ହଜାଇ ଦେଇଛି।

କଶ୍ମୀରବାସୀଙ୍କ ସହ ସବୁବେଳେ ଥିବା କହି କୁମ୍ଭୀରକାନ୍ଦଣା କାନ୍ଦୁଥିବା ପାକିସ୍ତାନ ସେଥିପାଇଁ ଭାରତ ବିରୋଧରେ ଲୋକଙ୍କୁ ଉସକାଇବା ପାଇଁ ଏହିଭଳି ରାଲିର ଆୟୋଜନ କରିଛନ୍ତି।

Comment