ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ସମସ୍ତ ବିଧାୟକ ପଢ଼ିବେ ବିଧାନସଭା ପାଠ। ବିଧାନସଭାରେ ନିଜ ମତ କିଭଳି ରଖିବେ, ଆଚରଣ, ଉଚ୍ଚାରଣ କେମିତି ରଖିବେ ସେନେଇ ବିଧାୟକଙ୍କୁ ଦିଆଯିବ ଟ୍ରେନିଂ। ଶୁକବ୍ରାର ଓ ଶନିବାର ଦୁଇ ଦିନ ଧରି ବିଧାନସଭାରେ ଏହି ଟ୍ରେନିଂ ଦିଆଯିବ।

ଭାରତର ସମ୍ବିଧାନ, ବିଧାସଭାର ନିୟମାବଳୀ, ବିଧାୟକଙ୍କ କର୍ତ୍ତବ୍ୟ ଉପରେ ଏହି ଦୁଇ ଦିନିଆ କର୍ମଶାଳାରେ ଟ୍ରେନିଂ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କର୍ମଶାଳାର ଉଦଘାଟନ କରିବେ। କେନ୍ଦ୍ରୀୟ ୬ ଜଣିଆ ଅଧିକାରୀ ଓଡିଶା ଆସି ବିଧାୟକଙ୍କୁ ତାଲିମ ପ୍ରଦାନ କରିବେ।।

ଆଜି ବିଧାନସଭାର କମିଟି ବ୍ୟବସ୍ଥା ଓ ବୈଧାନିକ ପ୍ରକ୍ରିୟା ଉପରେ ଆଲୋଚନା କରାଯିବ। ଏଥିସହ ସଂସଦୀୟ ବିଶେଷାଧିକାର ପ୍ରଥା, ପରମ୍ପରା ଓ ଶିଷ୍ଟାଚାର ସମ୍ପର୍କରେ ବିଧାୟକ ଓ ବିଧାୟିକାମାନେ ତାଲିମ ନେବେ। ସେହିପରି ଆସନ୍ତାକାଲି ଦ୍ୱିତୀୟ ଦିନରେ ବିଧାନସଭାର ବଜେଟ୍ ପ୍ରକ୍ରିୟା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

Comment