ଓଡ଼ିଶାଲାଇଭ ବ୍ୟୁରୋ

ମୋବାଇଲ ଫୋନ ଯୋଗୁଁ ଅଧ୍ୟାପକଙ୍କ ଜୀବନ ନେଲା ଯୁବକ। ଏବଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ଵଲପୁର ଜିଲ୍ଲାରେ। ସେପ୍ଟେମ୍ଵର ୬ ତାରିଖରେ ଶାସନ ଥାନା ଅନ୍ତର୍ଗତ ମୁରା କଲେଜର ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ଏହାସହ ହତ୍ୟାରେ ସପୃକ୍ତ ଯୁବକଙ୍କୁ ଗିରଫ କରିଛି।

ସେପ୍ଟେମ୍ଵର ୬ ତାରିଖରେ ଅଧ୍ୟାପକ ହୃଦାନନ୍ଦ ପ୍ରଧାନ ନିଜ ଘରେ ଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଦୁଃଖନାଶନ ନାମକ ଯୁବକ ତାଙ୍କ ପାଖରେ ପହଞ୍ଚି କଥା ହୋଇଥିଲେ। ପରେ ହୃଦାନନ୍ଦ ଖାଇବାକୁ ବସିବା ବେଳେ ଯୁବକ ଜଣକ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ପରେ ତାଙ୍କ ମୋବାଇଲ ଫୋନ ନେଇ ସେଠାରୁ ଫେରାର ହୋଇଯାଇଥିଲେ।

ହତ୍ୟାକାଣ୍ଡରେ ଯୁବକଙ୍କୁ ଗିରଫ କରିବାକୁ ପୋଲିସ ଦୁଃଖନାଶନର ଫୋନ ଟ୍ରାକ କରିଥିଲା। ଦୁଃଖନାଶନ ଅଧ୍ୟାପକଙ୍କ ଫୋନରେ ନିଜ ସିମ ପକାଇ ଚଲାଉଥିଲା। ଏହି ଖବର ପୋଲିସକୁ ମିଳିବା ପରେ ହତ୍ୟାକାରୀକୁ ଗିରଫ କରାଯାଇଛି।

Comment