ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର କୋଲକାତା ବସଷ୍ଟାଣ୍ଡ ନିକଟରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି। ଏକ ଘରୋଇ ବସଟି କୋଲକାତା ଯିବା ସମୟରେ ସେହି ବସ୍‌ରେ ଗଞ୍ଜେଇ ଥିବା ଦେଖି ଲୋକେ ପୋଲିସକୁ ଜଣାଇଥିଲେ। ବାରିପଦା ଟାଉନ ପୋଲିସ ଖବର ପାଇ କୋଲକାତା ବସଷ୍ଟାଣ୍ଡ ନିକଟରୁ ଏହି ଗଞ୍ଜେଇ ବସ୍ତା ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପ୍ରାୟ ୨୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ଏହି ଗଞ୍ଜେଇ ପରିବହନ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ନଦିଆ ଅଞ୍ଚଳର ରଣଜିତ ମନ୍ଦାର ଏବଂ ବାବୁଲ ସର୍ଦାର।

Comment