ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ମୋଟର ଯାନ ଆଇନ୍ ଲାଗୁ ହେବାପରେ ସାରାଦେଶରେ ନିୟମ ଉଂଲଘନକାରୀଙ୍କଠାରୁ ଆଦାୟ ହେଉଛି ମୋଟା ଅଙ୍କର ଫାଇନ୍। ଏହାରି ମଧ୍ୟରେ ସମ୍ବଲପୁରରେ ଗୋଟିଏ ଟ୍ରକକୁ ୬ଲକ୍ଷ ୫୩ ହଜାର ୧୦୦ଟଙ୍କା ଫାଇନ୍ ହେବା ଚର୍ଚ୍ଚାର କାରଣ ପାଲଟିଛି।

ନାଗାଲାଣ୍ଡର ଏହି ଟ୍ରକର ମାଲିକ ୨୦୧୪ ମସିହା ଜୁଲାଇ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୟାକ୍ସ ଦେଇନଥିଲେ। ଏହାସହ ଟ୍ରକର ପରମିଟ୍, ପଲ୍ୟୁସନ୍ ସାର୍ଟିଫିକେର୍ଟ କିମ୍ବା ଇନ୍ସୁରାନ୍ସ କିଛି ବି ନଥିଲା। ଏହି ଟ୍ରକଟିକୁ ଗତ ଅଗଷ୍ଟ  ମାସ ୧୦ତାରିଖରେ ଆରଟିଓ ଦ୍ଵାରା ଫାଇନ୍ କରାଯାଇଥିଲା। ଯାହା ବର୍ତ୍ତମାନ ଲୋକଲୋଚନକୁ ଆସିପାରିଛି। ତେବେ ଏହି ଫାଇନ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ଼ ଫାଇନ ବୋଲି ଜଣାପଡ଼ିଛି।

ଏହି ଟ୍ରକ ମାଲିକର ହେଉଛନ୍ତି ଜଣେ ନାଗାଲାଣ୍ଡ ବାସିନ୍ଦା ଏବଂ ତାଙ୍କ ନାଁ ହେଉଛି ଶୈଲେସ ଶଙ୍କର ଲାଲ ଗୁପ୍ତା।

ଏହାପୂର୍ବରୁ ଦିଲ୍ଲୀରେ ଗୋଟିଏ ଟ୍ରକଠାରୁ ୨ଲକ୍ଷ ୫୦୦ଟଙ୍କା ଚାଲାଣ କଟାଯାଇଥିଲା ଯାହା ସେହି ସମୟରେ ଚର୍ଚ୍ଚାର କାରଣ ପାଲଟିଥିଲା।

Comment