ଓଡ଼ିଶାଲାଇଭ ବ୍ୟୁରୋ

ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏପିଆର କନଷ୍ଟେବଲଙ୍କୁ ଗିରଫ କରାଯାଇଛି। ତାଙ୍କୁ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ପୋଲିସ ଗିରଫ କରିଛି। ଗିରଫ କନେଷ୍ଟବଳ ହେଲେ ଜିଲ୍ଲା ଗୁଇନ୍ଦା ବିଭାଗର ଜୀ. ଶ୍ରୀକାନ୍ତ କୁମାର।

ପୋଲିସ ଅଭିଯୁକ୍ତଠାରୁ ଗୋଟିଏ ୯ଏମ୍‌ଏମର ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି, ଦୁଇଟି ମ୍ୟାଗାଜିନ, ୩ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ।  ଅଭିଯୁକ୍ତ କନଷ୍ଟେବଲ ଜଣକ ପାରାବେଡା ଅଞ୍ଚଳର ଜଣେ ବ୍ୟବସାୟୀ ସବନ କୁମାର ମହାନ୍ତିଙ୍କୁ ଗତ ସେପ୍ଟେମ୍ବର ୪ତାରିଖ ଦିନ ଫୋନ ଯୋଗେ ଧମକ ଚମକ ଦେବା ସହ ଟଙ୍କା ଦାବି କରିଥିଲେ। ପୂର୍ବରୁ ଅଗଷ୍ଟ ୧୮ ତାରିଖ ଦିନ ସବନ ମହାନ୍ତିଙ୍କ ସୁପରଭାଇଜରଙ୍କୁ ବିଷମକଟକ ଥାନା ଅନ୍ତର୍ଗତ ଗତିଗୁଡା ନିକଟରେ ମୁଣ୍ଡରେ ବନ୍ଧୁକ ଲଗାଇ ନକ୍ସଲ ନାଁରେ ଚାନ୍ଦା ମାଗିଥିଲେ।

ଏହି ଘଟଣାକୁ କେନ୍ଦ୍ରକରି ବ୍ୟବସାୟୀ ସବନ କୁମାର ମହାନ୍ତି ବିଷମକଟକ ଥାନାରେ ଏତଲା ଦେଇଥିଲେ। ତେବେ ଏତଲାକୁ ଭିତ୍ତି କରି ଆଜି ପୋଲିସ ଅଭିଯୁକ୍ତ କନେଷ୍ଟବଳ ଜୀ. ଶ୍ରୀକାନ୍ତ କୁମାରକୁ ଗିରଫ କରିଥିବା ନେଇ ରାୟଗଡ଼ା ଏସପି ସୂଚନା ଦେଇଛନ୍ତି।

Comment