ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ରେ ବର୍ଷା ସାଜିଛି ବାଧକ। ବର୍ଷା ଯୋଗୁଁ ଏହି ମ୍ୟାଚକୁ ବାତିଲ କରାଯାଇଛି। ଏହି ମ୍ୟାଚ ଧର୍ମଶାଳାରେ ହେବାର ଥିଲା। ମାତ୍ର ଲଗାତାର ବର୍ଷା ଯୋଗୁଁ ଟସ୍‌ ପଡ଼ିପାରିନଥିଲା।

ଧର୍ମଶାଳାରେ ଶନିବାରଠୁ ବର୍ଷା ଆରମ୍ଭ ହୋଇଥିଲା। ତେବେ ରବିବାର ମଧ୍ୟ ଲଗାତାର ବର୍ଷା ହୋଇଥିଲା। ଦିନ ୩ଟାରେ ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ଅଧଘଣ୍ଟା ପରେ ପୁଣି ଆରମ୍ଭ ହୋଇଥିଲା।

ତେବେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ମ୍ୟାଚ ଆସନ୍ତା ୧୮ ତାରିଖରେ ମୋହାଲିରେ ଓ ତୃତୀୟ ମ୍ୟାଚ ୨୨ ତାରିଖରେ ବେଙ୍ଗାଳୁରୁରେ ଖେଳାଯିବ।

Comment