ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆରେ ଭାଷାରେ ଦେଖିପାରିବେ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’କୁ। ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ ଖୁବ୍‌ଶୀଘ୍ର ଓଡ଼ିଆ ଭାଷାରେ ଦେଖିବାକୁ ମିଳିବ। ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ‘ଜି ସାର୍ଥକ’ ଟିଭି ଚ୍ୟାନେଲ୍‌ରେ ଏହି ଫିଲ୍ମକୁ ଓଡ଼ିଆ ଭାଷାରେ ପ୍ରସାରଣ କରାଯିବ। ତେବେ ଏହି ଫିଲ୍ମକୁ ନେଇ ଓଡ଼ିଶାରେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ବାହୁବଳୀର ପ୍ରଥମ ଅଧ୍ୟାୟ ଦର୍ଶକ ଓଡ଼ିଆରେ ଦେଖିବାକୁ ପାଇବେ। ୨୦୧୫ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା। ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲୀଙ୍କ ଏହି ବିଗ୍‌ ବଜେଟ୍‌ ଫିଲ୍ମ ଜବରଦସ୍ତ ଆୟ କରିଥିଲା। ଏକାଥରକେ ଏହାକୁ ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ କରାଯାଇଥିଲା।

ବର୍ତ୍ତମାନ ଓଡ଼ିଶାବାସୀ ବାହୁବଳୀ ଫିଲ୍ମକୁ ଓଡ଼ିଆ ଭାଷାରେ ଏକ ଅଲଗା ମଜା ନେବେ। ଓଡ଼ିଆ ଟିଭି ଚ୍ୟାନେଲ ‘ଜି ସାର୍ଥକ’ରେ ଆସନ୍ତା ୨୨ ତାରିଖ ସନ୍ଧ୍ୟା ୬.୩୦ରେ ବାହୁବଳୀ ଫିଲ୍ମ ପ୍ରସାରଣ ହେବ।

Comment