ଓଡ଼ିଶାଲାଇଭ ବ୍ୟୁରୋ

ରଙ୍ଗମାଟିଆ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣଙ୍କୁ ଗିରଫ କରିଛି କରି କୋର୍ଟ ଚାଲାଣ କରିଯାଇଛି। ପ୍ରଥମେ ମାଷ୍ଟରମାଇଣ୍ଡ ଗିରଫ ହେବା ପରେ ଅନ୍ୟ ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି।

ମାଷ୍ଟର ମାଇଣ୍ଡ ପ୍ରମୋଦ ପରିଡ଼ା ବ୍ରହ୍ମପୁରରେ ଆତ୍ମଗୋପନ କରିଥିଲା। ବିଶେଷ ସୁତ୍ରରୁ ଏନେଇ ପୋଲିସକୁ ଖବର ମିଳିଥିଲା। ମଞ୍ଚେଶ୍ୱର ଥାନା ପୋଲିସର ଗୋଟେ ଟିମ୍‌ ସେଠାରେ ଚଢ଼ାଉ କରି ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା।

ତେବେ ଗିରଫ ହୋଇଥିବା ଅନ୍ୟ ୭ଜଣ ଅଭିଯୁକ୍ତ ମଧ୍ୟରେ ଗୋଟିଏ ପରିବାରର ବାପ, ପୁଅ ଓ ଦାଦା ସାମିଲ ଅଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ କରାଯାଇଛି ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

ସେପ୍ଟମ୍ବର ୧୧ରେ ରଙ୍ଗମାଟିଆରେ ଗାଁରେ ଦୀପକ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୮ ଜଣ ଦୃର୍ବୁତ୍ତ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

Comment