ଓଡ଼ିଶାଲାଇଭ ବ୍ୟୁରୋ

ଦିନ ଦିପହରେ ଲୁଟିନେଲେ ଟଙ୍କା। ସେ ପୁଣି ସରକାରୀ କର୍ମଚାରୀଙ୍କଠାରୁ। ଏପରି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ଲକ୍ଷ୍ମୀବଜାର ନିକଟରେ। ୨ଜଣ ଦୁର୍ବୃତ୍ତ ଭିଏଲଡବ୍ଲୁଙ୍କଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।

ଭିଏଲଡବ୍ଲୁ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଝାମ୍ପି ନେଇଥିଲେ। ପରେ ଦୁର୍ବୃତ୍ତ ସେଠାରୁ ଚମ୍ପଟ ମାରିଥିଲେ।

ପରେ ଭିଏଲଡବ୍ଲୁ ପୋଲିସରେ ଅଭିଯୋଗ କରିବା ପରେ  ତଦନ୍ତ ଆରମ୍ଭ କରାଯାଇଛି।

Comment