ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରରେ ଆଖି ଏକ ସମ୍ବେଦନଶୀଳ ଅଙ୍ଗ। ଏଣୁ ଏହାର ଯତ୍ନ ନେବା ସମସ୍ତଙ୍କ ପାଇଁ ଗୁରୁତ୍ଵପୁର୍ଣ୍ଣ। ମୋବାଇଲ–କମ୍ପ୍ୟୁଟରର ଅତ୍ୟଧିକ ବ୍ୟବହାର ଯୋଗୁଁ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ବହୁଳ ଭାବରେ ଦେଖାଯାଉଛି। କିନ୍ତୁ ଦେଶୀ ଘିଅ ବ୍ୟବହାର କରି ଆପଣ ନିଜ ଦୃଷ୍ଟିଶକ୍ତିକୁ ପ୍ରଖର କରିପାରିବେ।       

ଖାଦ୍ୟରେ ସ୍ୱାଦକୁ ସ୍ଵାଦିଷ୍ଟ କରିଥାଏ ଦେଶୀ ଘିଅ। ଏହା ଶରୀର ପାଇଁ ପ୍ରାକୃତିକ ମହୋଷଧି ଭଳି କାର୍ଯ୍ୟ କରିଥାଏ।

ଦେଶୀ ଘିଅରେ  ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ୍, ଓମେଗା-୩ ଏସିଡ୍ ଭରପୂର ପରିମାଣରେ ରହିଛି। ଏହା ମସ୍ତିଷ୍କ ପାଇଁ ବେଶ୍‌ ଲାଭଦାୟକ।

ଦେଶୀ ଘିଅ ପାଚନକ୍ରିୟାକୁ ଠିକ୍ ରଖିଥାଏ। ଏହା ଖାଦ୍ୟ ହଜମ କରିବା ସହ ପେଟ ସମସ୍ୟାର ସମାଧାନ କରିଥାଏ। ଡାଲି ତଥା ରୁଟିରେ ୧ ଚାମଚ ଏବଂ କ୍ଷୀରରେ ୨ ଚାମଚ ଘିଅ ସେବନ କଲେ, ଏହା ଆପଣଙ୍କୁ ସମସ୍ତ ପ୍ରକାର ରୋଗରୁ ମୁକ୍ତ ରଖିବ।

ଦେଶୀ ଘିଅରେ କପର୍ ଓ ଆଇରନ୍ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଶରୀରରେ ରକ୍ତାଭାବ ବା ଏନିମିଆ ରୋଗ ସମସ୍ୟାକୁ ଦୂର କରିଥାଏ। ଏହାସହିତ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି କରିଥାଏ।

ଘିଅ ଭିଟାମିନ୍- ଇ, ଭିଟାମିନ୍-ଡି, ଭିଟାମିନ୍-ଏ ଏବଂ ଭିଟାମିନ୍ – କେ ଭରି ରହିଛି। ଏଥିରେ ଥିବା ଏକପ୍ରକାର ତତ୍ୱ ଦୃଷ୍ଟିଶକ୍ତି ପ୍ରଖର କରିଥାଏ।

୧ ଚାମଚ ଦେଶୀ ଘିଅରେ ୧୧୫ ଗ୍ରାମ୍ କ୍ୟାଲେରୀ ତଥା ୧୪.୯ ଗ୍ରାମ୍ ଫ୍ୟାଟ୍ ରହିଛି। ଏହବ୍ୟତୀତ ଦେଶୀ ଘିଅରେ କ୍ୟାଲସିୟମ୍ ପରିମାଣ ଅଧିକ ଥାଏ, ଯାହା ହାଡ଼କୁ ସୁଦୃଢ଼ କରେ।

Comment