ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୦ରନର ବିଜୟ ଲକ୍ଷ୍ୟ ଦେଇଛି। ଦଳ ପକ୍ଷରୁ ଡିକକ୍‌ ଓ ବାଭୁମା ଦମଦାର ବ୍ୟାଟିଂ କରିଥିଲେ।

ଭାରତ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ଦଳର ଓପନିଂ ଯୋଡ଼ି ବେଶି ସମୟ ତିଷ୍ଠି ପାରିନଥିଲା। ହେଣ୍ଡ୍ରିକ୍ସ ଆଉଟ ହେବା ପରେ ଡିକକ୍‌ ପାଳି ସମ୍ଭାଳିଥିଲେ।

ହେଲେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ଭାରତର ବୋଲରମାନଙ୍କୁ ସାମ୍ନା କରିପାରିନଥିଲେ। ଫଳରେ ଦଳ ନିର୍ଦ୍ଦାରିତ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୧୪୯ ରନ କରିଥିଲା। ତେବେ ଭାରତକୁ ଜିତିବାକୁ ହେଲେ ୧୫୦ କରିବା ଆବଶ୍ୟକ।

Comment