ଓଡ଼ିଶାଲାଇଭ ବ୍ୟୁରୋ

ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ଏଣିକି ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପିଲାମାନଙ୍କୁ ଜୋତା, ଡ୍ରେସ ସହ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏନେଇ ମନ୍ତ୍ରୀ କହିଛନ୍ତି, “ପୂର୍ବରୁ କେବଳ ବିପିଏଲ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ଥିଲା। ହେଲେ ବର୍ତ୍ତମାନ ସବୁ ସ୍କୁଲର ପିଲାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଜୋତା, ଡ୍ରେସ ଦିଆଯିବ।”

ଆଜି ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭୁବନେଶ୍ଵରର ବିଭିନ୍ନ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଏହାସହ ଶିକ୍ଷକମାନଙ୍କ ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ସ୍କୁଲ ଆସିବା ସମୟ ୯ଟା ୩୦ ହୋଇଥିବା ବେଳେ ଯିବା ସମୟ ୪ଟା ୩୦ ହୋଇଛି।

Comment