ଓଡ଼ିଶାଲାଇଭ ବ୍ୟୁରୋ

ନନ୍ଦନକାନନରେ ଆଉ ଏକ ହାତୀର ମୃତ୍ୟୁ ହୋଇଛି। ୭ ବର୍ଷର ମାଈ ହାତୀ କମଳାର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଛି। କମଳାର ମୃତ୍ୟୁ ହର୍ପିସ ଭୂତାଣୁ ଯୋଗୁଁ ହୋଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ହର୍ପିସ ଭୂତାଣୁ ସଂକ୍ରମଣ ଯୋଗୁଁ କମଳା ଦୀର୍ଘଦିନ ହେବ ଅସୁସ୍ଥ ହୋଇଥିଲା। ତେବେ ଆଜି ତା ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ସାଲାଇନ ଦିଆଯାଇଥିଲା। ହେଲେ ଶେଷରେ ତା’ର ମୃତ୍ୟୁ ଘଟିଥିଲା।

ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଗତ ୨୫ ଦିନରେ ନନ୍ଦନକାନନରେ ୩ଟି ହାତୀଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ଏକମାତ୍ର ଦନ୍ତା ହାତୀ ଚନ୍ଦନର ମୃତ୍ୟୁ ହୋଇଥିବା ବେଳେ ମାଈ ହାତୀ ଜୁଲିର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଆଜି କମଳାର ମୃତ୍ୟୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି।

Comment