ଓଡ଼ିଶାଲାଇଭ ବ୍ୟୁରୋ

ପାଟଣାଗଡ଼ ଡବଲ ମର୍ଡରରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଗତ ୧୬ ତାରିଖରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିଥିଲେ। ପରେ ନିକଟସ୍ଥ ଜଙ୍ଗଲରେ ଟାଙ୍ଗି ଦେଇଥିଲେ। ଘଟଣାଟି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଟିଟକମାଲ ଗାଁରେ ଘଟିଥିଲା।

ଟିଟକମାଲ ଗାଁରେ ଚିନ୍ତାମଣି ଓ ତାଙ୍କ ସ୍ତ୍ରୀ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗାଁ ଲୋକ ତାଙ୍କୁ ପିଟି ମାରି ଦେଇଥିଲେ। ପରେ ଶବକୁ ବସ୍ତାରେ ବାନ୍ଧି ପାହାଡ଼ ଉପରେ ପକାଇ ଦେଇଥିଲେ। ପରେ ଖବର ପାଇ ପାଟଣାଗଡ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତେବେ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଏହାସହ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି।

Comment