ଓଡ଼ିଶାଲାଇଭ୍ ବ୍ୟୁରୋ

ଆଠଗଡ଼ କୁଲାଇଲୋସ୍ଥିତ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିତ୍ସା କେନ୍ଦ୍ର ଉପରେ ବୋମାମାଡ଼। ଗୁରୁବାର ମଧ୍ୟ ରାତିରେ ଏହି ବୋମାମାଡ଼ କରାଯାଇଥିବା କୁହାଯାଉଛି। ଏହି ଚିକିତ୍ସା କେନ୍ଦ୍ରର ମୁଖ୍ୟ ଗେଟ୍‌ରେ ଏହି ବୋମାମାଡ଼ ହୋଇଛି। ତେବେ ଏହି ବୋମାମାଡ଼ରେ କେହି ଆହତ ହୋଇ ନାହାନ୍ତି।

ଖବର ପାଇ ଆଠଗଡ଼ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ କିଏ ଓ କାହିଁକି ବୋମାମାଡ଼ କଲା ତାହା ଏଯାଏଁ ଜଣାପଡ଼ି ନାହିଁ।

ସେପଟେ ଏହି ବୋମାମାଡ଼ ପରେ ସଦନରେ ଚିକିତ୍ସିତ ହେଉଥିବା ରୋଗୀ ଭୟଭୀତ ହୋଇପଡ଼ିଛନ୍ତି।

Comment