ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ଆଗରେ ଶୁକ୍ରବାର ପୁଣି ଆଉ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। ୩ ଜଣ ଚାଷୀ ବିଧାନସଭା ଆଗରେ କିରୋସିନି ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। କିନ୍ତୁ ଠିକ୍‌ ସମୟରେ ୩ ଚାଷୀଙ୍କୁ କାବୁ କରିଛି ପୋଲିସ। ଆତ୍ମାହୁତି ପାଇଁ ଉଦ୍ୟମ କରିଥିବା ଏହି ୩ ଚାଷୀ ଆଠଗଡ଼ର ହୋଇଥିବା ଜଣାପଡ଼ିଛି।

ଆଠଗଡ଼ ସମବାୟ ବ୍ୟାଙ୍କରେ ତାଙ୍କ ନାଁରେ ୠଣ ଜାଲିଆତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ୠଣ ନେଇ ନଥିଲେ ବି ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଥିବା ଚାଷୀ କହିଛନ୍ତି।

ନ୍ୟାୟ ପାଇଁ ବିଭିନ୍ନ ସ୍ଥାନକୁ ଯାଇଥିଲେ ବି ନ୍ୟାୟ ମିଳିନଥିବାରୁ ସେମାନେ ନିରାଶ ହୋଇ ବିଧାନସଭା ଆଗରେ ଏଭଳି କରିବାକୁ ପଦକ୍ଷେପ ନେଇଥିବା କହିଛନ୍ତି।

ଏହାପୂର୍ବରୁ ଗତ ମଙ୍ଗଳବାର ଦିନ ବିଧାନସଭା ଆଗରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ନୟାଗଡ଼ର ଦମ୍ପତି ସୌଦାମିନୀ ସାହୁ ଓ ଅଶୋକ ସାହୁ ତାଙ୍କ ଝିଅ ପରୀର ହତ୍ୟା ମାମଲାରେ ନ୍ୟାୟ ମାଗି ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ଠିକଣା ସମୟରେ ପୋଲିସ ସେମାନଙ୍କୁ କାବୁ କରିଥିଲା।

Comment