ଓଡ଼ିଶାଲାଇଭ୍‌ ବ୍ୟୁରୋ


ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଇ୍ରସ୍ରୋ ଅଧ୍ୟକ୍ଷ କେ ଶିବନ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କେ ଶିବନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି,‘‘ ଚନ୍ଦ୍ରଯାନ ରେ ୯୮ ପ୍ରତିଶତ ସଫଳତା ମିଳିଛି। ଲ୍ୟାଣ୍ଡର ବିକ୍ରମର କେଉଁଠି ତ୍ରୁଟି ରହିଲା ସେ ନେଇ ଅନୁସନ୍ଧାନ ଚାଲିଛି। ବିକ୍ରମ ସଂପର୍କରେ ତଥ୍ୟ ହସ୍ତଗତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।’’

ଏଥିସହ ଶିବନ ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟଧାରାକୁ ପ୍ରଂଶସା କରିଛନ୍ତି। ଇସ୍ରୋର ଆଗାମୀ ମିଶନ “ଗଗୟାନନ ସମ୍ପର୍କରେ ଆସନ୍ତାବର୍ଷ ଶେଷ ଆଡ଼କୁ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି କେ.ଶିବନ ପ୍ରତିକ୍ରିୟା ଦେଇଛନ୍ତି । ଏହା ପରେ ଆଇଆଇଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।  ଆସନ୍ତାବର୍ଷ ଗଗନାୟନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Comment