ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଜେସନ୍(ଇସ୍ରୋ)ର ଚେୟାରମ୍ୟାନ କେ. ସିଭନଙ୍କୁ ମିଳିଲା ଡକ୍ଟର ଏପ ପି ଜେ ଅବ୍‌ଦୁଲ କଲାମ ପୁରସ୍କାର। ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀ କେ. ସିଭନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ମହଶକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିକ କରାଯାଇଛି।

ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ କେ. ସିଭନ୍‌ଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାନ୍ତା। ତେବେ କୌଣସି କାରଣ ପାଇଁ ତାଙ୍କୁ ଅଗଷ୍ଟ ୧୫ରେ ଏହି ପୁରସ୍କାର ଦିଆଯାଇପାରିନଥିଲା। ଆଜି ତାଙ୍କୁ କଲାମ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଆଜି ତାମିଲନାଡୁ ସଚିବାଳୟରେ କେ. ସିଭନ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କୁ ଭେଟିଥିଲେ। ସିଚିବାଳୟରେ ପଲାନୀସ୍ୱାମୀ କେ. ସିଭନଙ୍କୁ କଲାମ ପୁରସ୍କାର ପ୍ରଦାନ କରିଛନ୍ତି। ଏଥିସହିତ  ୫ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି।

ବିଜ୍ଞାନ, କଳା, ଛାତ୍ର କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାମିଲନାଡୁ ସରକାରଙ୍କ ପକ୍ଷରୁ କଲାମ ପୁରସ୍କାର ପ୍ରଦାନ କରାଯାଏ।

ଡାକ୍ଟର ସିଭନଙ୍କ ନେତୃତ୍ୱରେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ର ସଫଳ ପରୀକ୍ଷଣ କରାଯାଇଛି। କେ. ସିଗନ ୧୯୮୦ ମସିହାରେ ମାଡ୍ରାସ ଆଇଆଇଟିରୁ ଏରୋନଟିକାଲ ଇଞ୍ଜିନିୟରିଂରେ ସ୍ନାତ୍ତକ କରି ୧୯୮୨ ମସିହାରେ ବେଙ୍ଗାଳୁରୁ IIScରୁ ସ୍ନାତ୍ତକତ୍ତୋର ପାସ କରିଥିଲେ। ୨୦୦୬ ମସିହାରେ ସେ ବମ୍ବେ ଆଇଆଇଟିରେ ପିଏଚ୍‌ଡି ସମାପ୍ତି କରିଛନ୍ତି।

Comment