ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସଟଲର ପ୍ରମୋଦ ଭଗତଙ୍କୁ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ମିଳିଛି ରୋପ୍ୟ ପଦକ। ଫାଇନାଲରେ ଉଭୟ ସଙ୍ଗଲ ଏବଂ ଡବଲ୍ସ ରେ ହାରି ପ୍ରମୋଦଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସିଙ୍ଗଲ ଫାଇନାଲରେ ପ୍ରମୋଦ ଭାରତର ମନୋଜ ସରକାରଙ୍କୁ ଭେଟିଥିଲେ। ତେବେ ଆହତ କାରଣରୁ ମ୍ୟାଚ୍‌ ଅଧାରୁ ପ୍ରମୋଦ ଓହରି ଯାଇଥିଲେ। ଫଳରେ ମନୋଜ ୧୧-୯ରେ ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିଲେ।

ସେହିପରି ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ ଥାଇଲାଣ୍ଡର ମଙ୍ଗଖୋନ୍ ବୁନସୁନ୍ ଓ ସିରିପଙ୍ଗ ଟିମାରୋମଙ୍କୁ ଭେଟିଥିଲେ। ସେମାନଙ୍କୁ ୧୬-୨୧, ୨୧-୮, ୧୪-୨୧ରେ ଉଭୟ ହାରିଯାଇଥିଲେ। ଫଳରେ ଡବଲ୍ସରେ ମଧ୍ୟ ପ୍ରମୋଦଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

Comment