ଓଡ଼ିଶାଲାଇଭ ବ୍ୟୁରୋ

ଷଣ୍ଢକୁ ଧକ୍କା ଦେଇ ଧରା ପଡ଼ିଲେ ମଦ ବେପାରୀ। ପରେ ସ୍ଥାନୀୟ ଲୋକଙ୍କଠାରୁ ଛେଚା ମଧ୍ୟ ଖାଇଲେ। ଏହାସହ ସେମାନଙ୍କଠୁ ୪୦୦ ଲିଟର ମଦ ମଧ୍ୟ ଜବତ କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ନିକଟ ସାହାସପୁର ଅଞ୍ଚଳରେ।

ରବିବାର ସକାଳୁ ତିନୋଟି ବାଇକରେ ୩ ଜଣ ଯୁବକ ବାଲେଶ୍ଵରରୁ ଚୋରା ମଦ ନେଇ ଧାମରା ଯାଉଥିଲେ। ଏହି ସମୟରେ ସାହସପୁ ନିକଟରେ ଗୋଟେ ବାଇକ ଷଣ୍ଢକୁ ଧକ୍କା ଦେଇ ତଳେ ପଡ଼ି ଯାଇଥିଲା। ତା’ ପଛରେ ଆସୁଥିବା ଆଉ ଦୁଇଟି ବାଇକ ମଧ୍ୟ ଭାରସ୍ୟମ ହରାଇ ତଳେ ପଡ଼ିଯାଇଥିଲେ.

ତେବେ ତାଙ୍କ ପଡ଼ିଯିବା ଦେଖି ସ୍ଥାନୀୟ ଲୋକ ସାହାଯ୍ୟ କରିବାକୁ ଆସିଥିଲେ। ତେବେ ଚୋରା ମଦ ଦେଖି ଲୋକେ ତାଙ୍କୁ ପ୍ରବଳ ପିଟିଥିଲେ ଓ ପରେ ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ।

Comment