ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରୁ ମିଳିଲା ଯୁବକଙ୍କ ମୃତଦେହ। ବାଲିଅନ୍ତା ଥାନା କୁଆଖାଇ ନଦୀକୂଳରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କଲା ଅଗ୍ନୀଶମ ବାହିନୀ। ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ରବିବାର ସକାଳେ କିଛି ସ୍ଥାନୀୟ ଲୋକ ବାଙ୍କୁଆଳୁ ବ୍ରିଜ ତଳେ ଶବକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment