ଓଡ଼ିଶାଲାଇଭ ବ୍ୟୁରୋ

ଜଣେ ଯୁବକଙ୍କୁ ଗଳାକଟା ହତ୍ୟା କରାଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପୁଡ଼ାମାଲ ଗାଁରେ। ଗାଁ ପାଖରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ଗୁଣସାଗର ଦାଶ।

ରବିବାର ରାତି ପ୍ରାୟ ୮ଟାରେ ଗଣସାଗର ନିଜ ଘରୁ ବାହାରିଥିଲେ। ପରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ସକାଳେ ଗାଁ ନିକଟ ଏକ ରାସ୍ତା କଡ଼ରେ ଥିବା ବୁଦା ମୂଳରୁ ଗୁଣସାଗରଙ୍କର ଗଳାକଟା ମୃତଦେହ ଗାଁ ଲୋକେ ଦେଖିଥିଲା।

ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ବର୍ତ୍ତମାନ ସାଇଣ୍ଟିଫିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ତନାଘନା କରୁଛନ୍ତି।

Comment