ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ମଦନପୁର ପଞ୍ଚାୟତର ଦେଉଳିଆପଣା ଗ୍ରାମରେ ଗତକାଲି ଏକ ଅଘଟଣ ଘଟିଛି। ଗ୍ରାମର ଏକ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ସୂଚନା ମିଳିଛି।

ମୃତକଜଣକ ସେହି ଗ୍ରାମର ଲିଙ୍ଗରାଜ ଜୟସିଂ ବୋଲି ଜଣାପଡ଼ିଛି। ସେ ନିଜ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ।BGUପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ  ବ୍ୟବଛେଦ ପାଇଁ ପଠାଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

Comment