ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ଘରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ। ମୃତଦେହ ପାଖରୁ ଦୁଇଟି କୀଟନାଶକ ବୋତଲ ମଧ୍ୟ ଜବତ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ମୃତକ ଦୁଇ ଜଣ ହେଉଛନ୍ତି ନୂଆବନ୍ଧ ଗ୍ରାମର ଚନ୍ଦ୍ରଶେଖର ନାଏକଙ୍କ ସ୍ତ୍ରୀ ପୁଷ୍ପଲତା ନାଏକ ଓ ସେହି ଗ୍ରାମର ରାବଣ ନାଏକଙ୍କ ପୁଅ ସଞ୍ଜୟ ନାଏକ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ।

ଖବର ପାଇ ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ପୁଷ୍ପଲତା ଓ ସଞ୍ଜୟଙ୍କ ମୃତଦେହକୁ ଜବତ କରିବା ସହିତ ମୃତଦେହ ନିକଟରୁ କୀଟନାଶକ ବୋତଲ ଜବତ କରିଛି। ପୁଲିସ୍ ଏହି ଘଟଣାର ଅଧିକ ତଦନ୍ତ କରୁଛି।

Comment