ଓଡ଼ିଶାଲାଇଭ୍ ବ୍ୟୁରୋ

ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସସପେଣ୍ଡ୍ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା। ଶନିବାର ପୋଲିସ୍ ଡିଜି ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି।

କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଯୁବକ ଜଣଙ୍କୁ ଗୋଇଠା ମଧ୍ୟ ମାରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଥିଲା।

ଏପରିକି ରାଜ୍ୟ ମାନବାଧିକାର କମିସନର ମଧ୍ୟ ଏନେଇ ପୋଲିସକୁ ଜବାବ ମାଗିଥିଲେ। ଏସପିଙ୍କଠାରୁ ଜବାବ ମାଗିବା ସହିତ ତୁରନ୍ତ ଯୁବକଜଣଙ୍କୁ କ୍ଷତିପୂରଣ ଦେବାକୁ କୁହାଯାଇଥିଲା। ଶନିବାର ତାଙ୍କୁ ପୋଲିସ୍ ଡିଜି ସସପେଣ୍ଡ କରିଛନ୍ତି।

Comment