ଓଡ଼ିଶାଲାଇଭ ବ୍ୟୁରୋ

ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆ ସେକ ରାଜାର ବିଦେଶୀ ଲିଙ୍କ ନେଇ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏନେଇ ଆଜି କ୍ରାଇମବ୍ରଞ୍ଚର ଏସଟିଏଫ ଟିମ୍‌ ରାଜା ଘରେ ଚଢ଼ାଉ କରିଛି। ୫ ଜଣିଆ ସଶସ୍ତ୍ର ଟିମ୍‌ ରାଜାର ବାଲେଶ୍ଵରସ୍ଥିତ ଅରଡ଼ବଜାର ଘରେ ଚଢ଼ାଉ ଜରି ରଖିଛନ୍ତି।

ଗତ ୧୬ ତାରିଖରେ ଡ୍ରଗ୍ସ ମାଫିଆ ସେକ ରାଜାକୁ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍‌ ଭୁବନେଶ୍ଵରରୁ ଗିରଫ କରିଥିଲା। ପରେ ରାଜାର ବିଦେଶୀ ଲିଙ୍କ ନେଇ ଖୋଳତାଡ଼ କରିଥିଲା। ରାଜାର ବାଂଲାଦେଶ, ନେପାଳ, ଗୋଆ ଆଦି ସ୍ଥାନରେ ଡ୍ରଗ୍ସ କାରବାର ରହିଚି ବୋଲି ଏସଟିଏଫ ହାତରେ ସୁରାକ ଲାଗିଛି।

Comment