ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ଏକ ଚାଷୀଙ୍କ ଆତ୍ମହତ୍ୟା। ମୃତ ଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ନୂଆପାଲୀ ଗ୍ରାମର ମହେନ୍ଦ୍ର ସାହୁ। ଋଣ ଭାର ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ମହେନ୍ଦ୍ର ଗତ ଗୁରୁବାର ବିଲରେ ବିଷ ପିଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି।

ଫସଲ ବୀମା ଟଙ୍କା ପାଇନଥିବା ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିବା କଥା ପରିବାର ଲୋକ ଅଭିଯୋଗ କରିଛନ୍ତି।

Comment