ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ପୋସ୍କୋର ବିଦାୟ ପରେ ଓଡ଼ିଶାରେ ପୁଣି ପୁଞ୍ଜିନିବେଶ ପାଇଁ ଇଚ୍ଛା କରିଛି କୋରିଆ। ସୋମବାର ଏନେଇ କୋରିଆ ରାଷ୍ଟ୍ରଦୂତ ସିନ ବଙ୍ଗକିଲଙ୍କ ସହ ୪୬ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।

ରାଜ୍ୟରେ ପୋସ୍କୋ ବହୁ ବାଧାବିଘ୍ନ ସାମ୍ନା କରିବା ପରେ ନିଜ ପ୍ରକଳ୍ପକୁ ଓହରାଇ ଥିଲା। ଏହାକୁ ଭୁଲି ପୁଣିଥରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଛି କୋରିଆ।

ଓଡ଼ିଶାରେ ବୃହତ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି। ଏଥର କେବଳ ଇସ୍ପାତ କ୍ଷେତ୍ରରେ ନୁହେଁ ଅନ୍ୟ ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରାଯାଇଛି ବୋଲି କହିଛନ୍ତି କୋରିଆ ରାଷ୍ଟ୍ରଦୂତ।

ବର୍ତ୍ତମାନ ଆଲୁମିନିୟମ୍, ମତ୍ସ୍, ବୟନଶିଳ୍ପ ଓ ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ କରିବ କୋରିଆ। ଏହାସହ ସେବା ଓ ଭିତ୍ତିଭୂମି ଆଦି କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ପାଇଁ କୋରିଆ ଆଗ୍ରହୀ ଥିବା ଜଣାପଡ଼ିଛି। ଆଗାମୀ ଦିନରେ କିଆ ମୋର୍ଟସ, ସାମସଙ୍ଗ ଓ ହ୍ୟୁଣ୍ଡାଇ ଭଳି କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ କରିବେ ବୋଲି ଆଲୋଚନା ହୋଇଛି। ଏହି ପୁଞ୍ଜିନିବେଶ ହେବାଦ୍ୱାରା ରାଜ୍ୟର ଅର୍ଥନୀତି ଓ ସାମାଜିକ ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି।

Comment