ଓଡ଼ିଶାଲାଇଭ୍ ବ୍ୟୁରୋ

ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍ ଆପ୍ ହ୍ୱାଟ୍ସଆପରେ ଆଣିଛି ନୂଆ ଫିଚର। ହ୍ୱାଟ୍ସଆପ୍ କମ୍ପାନି ତାର ଆଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କ ନୂଆ ଫିଚର ଆଣିଛି।

ଏଣିକି ଆପଣ ନିଜର ହ୍ୱାଟ୍ସଆପ୍ ଷ୍ଟାଟସକୁ ସିଧାସଳଖ ଫେସବୁକ୍ ଷ୍ଟାଟସ୍‌ରେ ସେୟାର କରିପାରିବେ। ଏନେଇ ଗୋଟିଏ ସ୍ୱତନ୍ତ୍ର ଅପସନ୍ ତିଆରି କରିଛି ହ୍ଵାଟ୍ସଆପ୍‌।

ଏଥିପାଇଁ ହ୍ଵାଟ୍ସଆପ୍‌ ଷ୍ଟାଟସ୍ ତଳେ ଦେଇଥିବା ସେଆର୍ ଅପସନକୁ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ପାଖରେ ଷ୍ଟାଟସ ସେୟାର କରିବା ପାଇଁ ବିଭିନ୍ନ ଅପସନ ଆସିଯିବ। ଏବଂ ଆପଣ ନିଜର ଇଚ୍ଛା ମୁତାବକ ଯେକୌଣସି ସାଇଟରେ ଷ୍ଟାଟସ୍‌ ସେୟାର କରିପାରିବେ।

ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମକୁ ମିଶାଇ ଗୋଟିଏ ଆପ୍ ତିଆରି କରିବା ପାଇଁ ଯୋଜନା କରୁଛନ୍ତି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ।

Comment