ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ବିଜେଡି ସାଂସଦଙ୍କ ଚାପୁଡ଼ା। ଏମତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ପାରଳାଖେମୁଣ୍ଡିରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବସରରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହାପରେ କିଛି କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସମସ୍ତ କର୍ମୀଙ୍କୁ ଉତ୍ତରୀୟ ଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଦଳକୁ ସ୍ୱାଗତ କରୁଥିଲେ। ପୂର୍ବ ଯୁବ କଂଗ୍ରେସ ଜିଲ୍ଲା ସଭାପତି ସଂଗ୍ରାମ ସାହୁ  ମଧ୍ୟ ଦଳରେ ଯୋଗ ଦେଇଥିଲେ।

ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସଂଗ୍ରାମକୁ ଉତ୍ତରୀୟ ଦେଇ ସ୍ୱାଗତ କରୁଥିଲେ। ଏତିକି ବେଳେ ଚନ୍ଦ୍ରଖେଖର ସାହୁ ସଂଗ୍ରମାଙ୍କୁ ସମସ୍ତଙ୍କ ଆଗରେ ଚାପୁଡ଼ା ମାରିଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବିଜେପି ନେତା ଭୃଗୁ ବକ୍ସିପାତ୍ର ଭିଡ଼ିଓକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ପୋଷ୍ଟ କରିବା ସହିତ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ସଂଗ୍ରାମ କିନ୍ତୁ ଚାପୁଡ଼ା ଖାଇବା କଥାକୁ ସ୍ୱୀକାର କରି ନାହାନ୍ତି। ସଂଗ୍ରାମ କହିଛନ୍ତି,‘‘ ସାଂସଦ ଚନ୍ଦ୍ରଶେଖର ପୂର୍ବରୁ କଂଗ୍ରେସ ଦଳରେ ଥିଲେ। ତାଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ ରହିଛି। ମୁଁ ଉତ୍ତରୀୟ ସୋରଡ଼ା ବିଧାୟକଙ୍କଠୁ ନୁହେଁ ବରଂ ଚନ୍ଦ୍ରଶେଖରଙ୍କଠୁ ନେବାକୁ ଚାହିଁଥିଲି। ସେଥିପାଇଁ ସେ ବଡ଼ ଭାଇ ଭଳି ମତେ ଚାପୁଡ଼ା ମାରିଛନ୍ତି।

Comment