ଓଡ଼ିଶାଲାଇଭ ବ୍ୟୁରୋ

ବସ୍‌ ଓଲଟି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାଟି ରାଉରକେଲା ବିରିଙ୍ଗିଟୋଲାରେ ଘଟିଛି। ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ‘କାଳିଆ କାହ୍ନୁ’ ନାମକ ବସ ଓଲଟି ପଡ଼ିଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

୩୦ ଯାତ୍ରୀକୁ ନେଇ ରାଉରକେଲାରୁ ବ୍ରହ୍ମପୁର ଯାଉଥିବା ବେଳେ କୁତ୍ରା ବ୍ଲକର ବିରିଙ୍ଗିଟୋଲାର ବିଜୁ ଏକ୍ସପ୍ରେସ ଓ୍ଵେ ନିକଟରେ ଦୁର୍ଘଟଣା ହୋଇଥିଲା। ତେବେ ଘଟଣାସ୍ଥଳରେ ପୋଲିସ ଓ ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comment