ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ବଦଳିଲା ନିୟମ। ଏଣିକି ଉଭୟ ଅନଲାଇନ ଓ ଅଫଲାଇନରେ ହୋଇ ପାରିବ ପଲ୍ୟୁସନ ସାର୍ଟିଫିକେଟ। ତିନିଦିନ ତଳେ ରାଜ୍ୟ ସରକାର ଅନଲାଇନ ପଲ୍ୟୁସନ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଥିଲା ବେଳେ ଆଜି ପୁଣି ଏହି ନିୟମକୁ ପରିବର୍ତ୍ତନ କରିଛି ପରିବହନ ବିଭାଗ। ଏନେଇ ଜିଲ୍ଲାପାଳ, ଆରଟିଓ ଓ ଏସପିଙ୍କୁ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି।

ଡିସେମ୍ଵର ୩୧ ପର୍ଯ୍ୟନ୍ତ ଲୋକମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପଲ୍ୟୁସନ ସାର୍ଟିଫିକେଟ ବାହାର କରିପାରିବେ। ପ୍ରବଳ ଗହଳି କାରଣରୁ ଏହାକୁ ପରିବର୍ତ୍ତନ କରାଯାଇଛି।

ପରିବହନ ବିଭାଗ ଅକ୍ଟୋବର ୧ରୁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନ ଏହାକୁ ପୁଣି ପରିବର୍ତ୍ତନ କରାଯାଇଛି।

Comment