ଓଡ଼ିଶାଲାଇଭ ବ୍ୟୁରୋ

ଡାକ୍ତରଖାନା ଓ ଆରଟିଓକୁ ଦଲାଲମୁକ୍ତ କରିବାକୁ ଅଣ୍ଟାଭିଡ଼ିଛି ମୟୂରଭଞ୍ଜ ପୋଲିସ। ଗତ ଦୁଇଦିନ ମଧ୍ୟରେ ବାରିପଦା ଓ ରାଇରଙ୍ଗପୁରରୁ ୧୩ ଜଣ ଦଲାଲଙ୍କୁ ଗିରଫ କରିଛି ବାରିପଦା ପୋଲିସ। ଏହାସହ ମୟୂରଭଞ୍ଜର ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ସିଭିଲ ସ୍କ୍ଵାର୍ଡ ପୋଲିସ ମୁତୟନ କରାଯାଇଛି।

ଗିରଫ ହୋଇଥିବା ଦଲାଲମାନଙ୍କ ମଧ୍ୟରୁ ରାଇରଙ୍ଗପୁର ଉପଖଣ୍ଡରେ ଥିବା ପରିବହନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ଦଲାଲକୁ ଗିରଫ କରାଯାଇଛି। ସେହିପରି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରୁ ୬ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ଜିଲ୍ଲା ପରିବହନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ୬ଜଣକୁ ଗିରଫ କରିଛି ବାରିପଦା ପୋଲିସ।

ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଆରଟିଓକୁ ଦଲାଲମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇଛି ମୟୂରଭଞ୍ଜ ପୋଲିସ। ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ଆରଟିଓରେ ଚଢ଼ାଉ କରିବା ସହ ଖାନତଲାସୀ ଜାରି ରଖିଛି।

ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁଇ ଦିନରେ ୭୫ ଦଲାଲଙ୍କୁ ଗିରଫ କରାଯାଇଛି। ଏହାସହ ମେଡାକାଲ ଓ ଆରଟିଓରେ ପୋଲିସ ଚଢ଼ାଉ ଜାରି ରଖିଛି।

Comment