ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: କୁମାରପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ପାଇଁ ଶୁକ୍ରବାରଠାରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ସରକାରୀ ଛୁଟି ରହିଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହୁଥିଲେ ମଧ୍ୟ ସମସ୍ତ ଆର୍‌ଟିଓ ଖୋଲା ରହିବ। ଏହି ୩ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆର୍‌ଟିଓରେ ରୋଷ୍ଟର୍ ଡ୍ୟୁଟି ଆଧାରରେ କର୍ମଚାରୀମାନେ କାର୍ଯ୍ୟ କରିବେ।

ଏହି ସମୟରେ ସମସ୍ତ ନୂଆ ଗାଡ଼ି ପଞ୍ଜିକରଣ କାର୍ଯ୍ୟ କରାଯିବ। ଗାଡ଼ି ପଞ୍ଜିକରଣ ପାଇଁ ଆସୁଥିବା ସମସ୍ତ କାଗଜପତ୍ରକୁ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଆର୍‌ଟିଓ ଆବଶ୍ୟକ ବ୍ୟବସ୍ଥା କରିବେ। ଏପରିକି ଏହି କାର୍ଯ୍ୟକୁ ଆହୁରି ସହଜ କରିବା ଲାଗି ଆର୍‌ଟିଓମାନେ ନିଜ ଘରେ ରହି ବି ଛୁଟି ତିନିଦିନ କାର୍ଯ୍ୟ କରି ପାରିବେ।

ଏହି ସମୟରେ ଯେପରି କୌଣସି ଜଣେ ଡିଲର ନିୟମ ଉଲ୍ଲଂଘନ କରି ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି ନକରନ୍ତି  ତାହା ଆର୍‌ଟିଓମାନେ ନିଶ୍ଚିତ କରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଯଦି କୌଣସି ଡିଲର୍ ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିଥିବା ଜଣାପଡ଼େ ସେମାନଙ୍କ ଟ୍ରେଡ୍ ଲାଇସେନ୍ସକୁ ବାତିଲ୍ କିମ୍ବା ନିଲମ୍ବନ କରାଯାଇପାରେ ବୋଲି କୁହାଯାଇଛି।

Comment