ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶହରା ଛୁଟିରେ ବି ରାଜ୍ୟରେ ଖୋଲା ରହିବ ଆରଟିଓ। ପୂରା ଦିନ ପାଇଁ ନ ହେଲେ ବି ଦୁଇ ଘଣ୍ଟା ପାଇଁ ଏହା ଖୋଲା ରହିବ। ଏହି ସମୟରେ କେବଳ ନୂଆ ଗାଡ଼ି ପଞ୍ଜୀକରଣ କରାଯିବ। ଏ ବାବଦରେ ରାଜ୍ୟ ପରିବହନ କମିସନର ଟୁଇଟ୍ କରି ସୂଚନା ଦେଇଛନ୍ତି।

ଦଶହରା ଛୁଟି ରହୁଥିବାରୁ ଡିଲରମାନେ ଗାଡ଼ି ପଞ୍ଜୀକରଣ ପାଇଁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ୨୪ ଓ ୨୬ରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କେନ୍ଦ୍ରର ପଞ୍ଜୀକରଣ ବିଭାଗକୁ ଅପରାହ୍ନ ୩ଟାରୁ ୫ଟା ୨ଘଣ୍ଟା ପାଇଁ ଖୋଲା ରଖିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ସିଏମଭିର ଧାରା ୪୨ ଅଧୀନରେ ଡିଲରମାନେ ନୂଆ ଗାଡ଼ି ବିକିବା ବେଳେ ମୋଟରଯାନ ବିକ୍ରୟ ନିୟମକୁ ଉଲ୍ଲଂଘନ କରିପାରିବେ ନାହିଁ। ଗାଡ଼ି ପଞ୍ଜୀକରଣ ସହ ଏଚ୍‌ଏସ୍ଆର୍‌ପି ନମ୍ଵର ପ୍ଲେଟ୍ ଦେବାକୁ ଡିଲରମାନେ ବାଧ୍ୟ। ଏହି କାର୍ଯ୍ୟକୁ ପରିବହନ ବିଭାଗ ତଦାରଖ କରିବ। ଯଦି କୌଣସି ଡିଲର ଏହି ନିୟମକୁ ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବହନ ବିଭାଗ ପକ୍ଷରୁ ତାଙ୍କ ଲାଇସେନ୍ସକୁ ରଦ୍ଦ କିମ୍ଵା ପ୍ରତ୍ୟାହାର କରିଦିଆଯିବ।

Comment