ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧୫ରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ବୁକ୍ ହୋଇଥିବା ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଟେଷ୍ଟ ସ୍ଲଟ୍ ବାତିଲ ହୋଇଛି। ସେହିଦିନ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୧୫ ତାରିଖର ସମସ୍ତ ବୁକିଂ ସ୍ଲଟ୍‌କୁ ବାତିଲ କରିଛି।

ଯେଉଁମାନଙ୍କର ଫେବ୍ରୁଆରି ୧୫ ତାରିଖରେ ଲର୍ଣ୍ଣିଂ କିମ୍ଵା ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ହୋଇଛି ସେମାନେ ଆସନ୍ତା ୨୨ ତାରିଖରେ ପରୀକ୍ଷା ଦେଇପାରିବେ। ଏନେଇ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫେବ୍ରୁଆରି ୧୫ରେ ଭାରତବନ୍ଦ ଡାକରା ଦିଆଯାଇଥିବାରୁ ସେଦିନ ସ୍ଲଟ୍‌ଧାରୀମାନଙ୍କୁ ଆସିବାରେ ସମସ୍ୟା ହୋଇପାରେ। ତେଣୁ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Comment