ଓଡ଼ିଶାଲାଇଭ୍‌ ବ୍ୟୁରେୋ

ଦୀର୍ଘ ୮ ମାସ ପରେ ରାଜ୍ୟରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ ଓ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି।  ୧୨ ତାରିଖଠାରୁ ସ୍ଲଟ୍‌ ବୁକିଂ ହେବାକୁ ଯାଉଥିଲା ବେଳେ ୧୬ ତାରିଖରୁ ଡିଏଲ୍‌ ଟେଷ୍ଟ୍‌ ଆରମ୍ଭ ହେବ। ଏନେଇ ପରିବହନ କମିସନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୧୨ ତାରିଖ ଦିନ ପ୍ରାୟ ୧୧ଟା ପରଠାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଏହାପରେ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍‌ ବୁକିଂ କରାଯିବ। ଯେଉଁମାନେ ପୂର୍ବରୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେହିମାନେ ହିଁ ବୁକିଂ କରିପାରିବେ।

ସେହିପରି ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ। ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ପାଇଁ ଆବେଦନକାରୀଙ୍କୁ ୧୫ ମିନିଟ୍‌ ସମୟ ଦିଆଯିବ। ୧୦ ମିନିଟ୍‌ ଟେଷ୍ଟ ପାଇଁ ସମୟ ରହିବ। ୨୦ଟି ପ୍ରଶ୍ନରୁ ଅତି କମରେ ୧୨ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ।

କୋଭିଡ୍‌ ଲକ୍ଷଣ ଥିବା ଆବେଦନକାରୀଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ ପାଇଁ ଅନୁମତି ମିଳବ ନାହିଁ। ଯଦି କେହି ନିୟମ ଖିଲାପ କରନ୍ତି, ଏ ସ˚କ୍ରାନ୍ତରେ ଥାନାରେ ଆରଟିଓ ପକ୍ଷରୁ ଅଭିଯୋଗ କରାଯିବା ନେଇ ଚେତାବନୀ ଦିଆଯାଇଛି। ଲର୍ନର ଟେଷ୍ଟ ପାଇଁ ଆସୁଥିବା ଆବେଦନକାରୀ ଆରଟିଓ ଅଫିସରେ ୪୫ ମିନିଟରୁ ଅଧିକ ସମୟ ରହିପାରିବେ ନାହିଁ। ଟେଷ୍ଟି˚ ସେଣ୍ଟରକୁ ଆସୁଥିବା ଆବେଦନକାରୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।

Comment