ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଲକଡାଉନ୍‌ କଟକଣା କୋହଳ ହେବାପରେ ପରିବହନ ନିୟମକୁ ମଧ୍ୟ କୋହଳ କରାଯାଇଥିଲା। କିନ୍ତୁ ଏବେ ପୁଣିଥରେ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଗାଡ଼ି ପର୍‌ମିଟ୍‌, ଆର୍‌ସି, ଫିଟନେସ ଅବଧିକୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏନେଇ ଏସଟିଏ ପକ୍ଷରୁ ଟୁଇଟ ଜରିଆରେ ସୂଚନା ମିଳିଛି।

ଆରଟିଓମାନଙ୍କୁ ପ୍ରତ୍ୟେକ କାର୍ଯ୍ୟ ଦିବସରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଲର୍ଣ୍ଣିଂ ଲ‌ାଇସେନସଧାରୀ ଡିଏଲ ଟେଷ୍ଟ ପାଇଁ ନିଜର ନିକଟସ୍ଥ ଆରଟିଓ କାର୍ଯ୍ୟାଳୟରେ ସ୍ଲଟ୍ ନ ପାଇଲେ ଅଲଗା ଆରଟିଓ ବଦଳାଇ ସ୍ଲଟ ବୁକିଂ କରିପାରିବେ। ଯେଉଁମାନେ ଡିଏଲ ଟେଷ୍ଟ ପାଇଁ ଫି ଦେଇ ସାରିଥିବେ, ‌ସେମାନେ ମୁଖ୍ୟତଃ ଏ ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି।

ଏଥି ସହିତ ୨୦୨୦ ଫେବ୍ରୁଆରି ପହିଲାରୁ କିମ୍ବା ୨୦୨୧ ଅକ୍ଟୋବର ୩୧ତାରିଖ ପୂର୍ବରୁ ବୈଧତା ଶେଷ ହୋଇଥିବା ଗାଡ଼ିର ଫିଟନେସ ସାଟିଁଫିକେଟ, ଅଣପରିବହନ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ ବୈଧତା ଅବଧି ଅକ୍ଟୋବର ୩୧ତାରିଖ ଯାଏଁ ବଳବତ୍ତର ରହିବ। ୨୦୨୦ ମାର୍ଚ୍ଚ ୧୮ରେ ସରୁଥିବା ଲର୍ଣ୍ଣିଂ ଲାଇସେନ ଅବଧିକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ‌ମାଲବୁହା ଗାଡି, ବେସରକାରୀ ବସ ଏବଂ ସ୍କୁଲ ବସଗୁଡିକର ପରିମିଟ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

ତେବେ ଇନସ୍ୟୁନ୍ସ ସାର୍ଟିଫିକେଟ ବୈଧତା, ପ୍ରଦୂଷଣ ସାଟିଫିକେଟ ପ୍ରମାଣପତ୍ର ଏବଂ ଅସ୍ଥାୟୀ ପରମିଟ ସାର୍ଟିଫିକେଟର ବୈଧତା ଯଦି ଅକ୍ଟୋବର ୩୧ ତାରିଖ ମଧ୍ୟରେ ଶେଷ ହେଉଥାଏ,  ତାହେଲେ ଏ କ୍ଷେତ୍ରରେ ଏହି କୋହଳ ନିୟମ ଲାଗୁ ହୋଇପାରିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି।

Comment