ଓଡ଼ିଶାଲାଇଭ ବ୍ୟୁରୋ

ନାଳରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟାର ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ନିକଟସ୍ଥ ହଜାରୀ ବଗିଚାରେ। ପୋଲିସ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ପ୍ରଥମେ ରବିବାର ସକାଳେ କିଛି ସ୍ଥାନୀୟ ଲୋକ ନାଳ ଭିତରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦେଖିଥିଲେ। ଏନେଇ ସେମାନେ ପୋଲିସକୁ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

ହେଲେ ଶିଶୁଟିକୁ କିଏ ଓ କାହିଁକି ଫୋପାଡ଼ିଲା ତାହା ସ୍ପଷ୍ଟ ହୋଇନାହିଁ। ପ୍ରସବ ପରେ କେହି ନବଜାତ ଶିଶୁକୁ ନାଳରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। କାରଣ ନାଳ ପାଖରେ ଅନେକ ଘରୋଇ ହସ୍ପିଟାଲ ରହିଛି।

Comment