ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଚାଇନାରେ ଚାଲିଥିବା ଚାଇନା ପାରା ବ୍ୟାଡମିଣ୍ଟନ ଇଣ୍ଟରନାସନାଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଡବଲ ସ୍ୱର୍ଣ୍ଣ ଜିତିଛନ୍ତି। ପ୍ରମୋଦ ପ୍ରଥମେ ସିଙ୍ଗିଲ୍ସ ଓ ପରେ ଡବଲ୍ସ ବିଭାଗରେ ଏହି ସଫଳତା ହାସଲ କରିଛନ୍ତି।

ଏହି ସଫଳତା ସହ ପ୍ରମୋଦ ୨୦୨୦ ଟୋକିଓ ଅଲମ୍ପିକ୍‌ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛନ୍ତି। ପ୍ରମୋଦ ଏପର୍ଯ୍ୟନ୍ତ ମୋଟ ୬୦୯୦ ପଏଣ୍ଟ ହାସଲ କରି ସାରିଛନ୍ତି। ଚାଇନାର ହାଙ୍ଗଝୁରେ  ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ସିଙ୍ଗିଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ୧୯-୨୧, ୨୧-୧୩, ୨୧-୧୪ ଗେମ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି।

ଡବଲ୍ସରେ ସେ ମନୋଜ ସରକାରଙ୍କ ସହ ମିଶି ଅନ୍ୟତମ ଯୋଡ଼ି ବିକ୍ରମ ଓ ସୁହାସଙ୍କୁ ୧୮-୨୧, ୨୧-୧୬ ଓ ୨୧-୧୫ ଗେମ୍‌ରେ ପରାସ୍ତ କରିଛନ୍ତି।

ଚଳିତ ବର୍ଷ ପ୍ରମୋଦଙ୍କ ସ୍ୱର୍ଣ୍ଣ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here