ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଥର ଦଶହରାରେ ଓଡ଼ିଆ ଦର୍ଶକମାନଙ୍କୁ ସିନେମା ହଲରେ ହସାଇ ହସାଇ ଗଡ଼େଇବ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’। ସିଦ୍ଧାର୍ଥ ମ୍ୟୁଜିକ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଦର୍ଶକ ଭରପୂର କମେଡି ସାଙ୍ଗକୁ ମନୋରଞ୍ଜନ ପାଇପାରିବେ। ଫିଲ୍ମରେ ଓଲିଉଡ୍ ସୁନ୍ଦରୀ ଏଲିନା ସାମନ୍ତରାୟ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଥିଲାବେଳେ ତାଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ୟଙ୍ଗ୍ ଷ୍ଟାର ସ୍ୱରାଜ।

 

ପୂର୍ବରୁ ସ୍ୱରାଜ ତୁ ମୋ ଲଭ୍ ଷ୍ଟୋରି, ଲୈଲା ଓ ଲୈଲା, ଲଭ୍ ଏକ୍ସପ୍ରେସ, ତୁ ମୋ ଲଭ୍ ଷ୍ଟୋରୀ ୨ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି। ସେହିପରି ରିଏଲିଟି ଶୋ’ରେ ବିଜୟୀ ହୋଇ ଓଲିଉଡରେ ପାଦ ଥାପିଥିବା ଚୁଲବୁଲି ନାୟିକା ଏଲିନା ମଧ୍ୟ ବହୁ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପାଖରେ ପରିଚିତ ହୋଇପାରିଛନ୍ତି।

ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’ରେ ଦର୍ଶକ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ବଙ୍ଗୀୟ ହିରୋଇନ୍ ଝିଲିକଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଏହି ଦୁଇଜଣଙ୍କର ଗୋଟିଏ ଗୀତ ମଧ୍ୟ ରିଲିଜ୍ ହୋଇସାରିଲାଣି। ଫିଲ୍ମରେ ସମ୍ବଲପୁରୀ ସିଙ୍ଗର ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡାଙ୍କ କଣ୍ଠର ଯାଦୁ ମଧ୍ୟ ଓଡ଼ିଆ ଦର୍ଶକ ଦେଖିବାକୁ ପାଇବେ।

ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିଲାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର।

ଦଶହରାରେ ମଧ୍ୟ ବାବୁସାନଙ୍କ ଅଭିନୀତ ମିଷ୍ଟର ମଜନୁ ମୁକ୍ତିଲାଭ କରୁଛି। ତେଣୁ ଏଥର ଦଶହରାରେ ଏହି ଦୁଇଟି ଫିଲ୍ମ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here