ଓଡ଼ିଶାଲାଇଭ୍ ବ୍ୟୁରୋ

ବାଜିଲା ଆଇପିଏଲ ବିଗୁଲ୍। ବିଶ୍ୱର ଏହି ଧନୀ କ୍ରିକେଟ୍ ଲିଗର ୧୩ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଡିସେମ୍ବର ୧୯ ତାରିଖରେ କୋଲକାତାରେ ଆଇପିଏଲ ଖେଳାଳି ନିଲାମ ପକ୍ରିୟା ଅନୁଷ୍ଠିତ ହେବ। ଲିଗରେ ଅଂଶଗ୍ରହଣ କରିବାକୁ ଥିବା ଆଠଟି ଦଳ ଏହି ନିଲାମ ପକ୍ରିୟାରେ ଅଂଶଗ୍ରହଣ କରି ଖେଳାଳିମାନଙ୍କ ଉପରେ ନିଲାମ ଡାକିବେ।

ତେବେ ପ୍ରଥମ ଥର ପାଇଁ କୋଲକାତାରେ ଏହି ନିଲାମ ହେବାକୁ ଯାଉଛି। ଏହି ନିଲାମ ପକ୍ରିୟାରେ ଚଳିତ ଥର ଅଳ୍ପ କିଛି ଖେଳାଳି ସାମିଲ ହେବେ। କାରଣ ପୂର୍ବରୁ ଦଳମାନେ ନିଜ ନିଜର ଖେଳାଳି କିଣି ସାରିଛନ୍ତି। ଏହି ନିଲାମରେ ଦଳଗୁଡ଼ିକ ଆଉ ନୂଆ ଖେଳାଳିଙ୍କୁ ନିଜ ଦଳରେ ମିଶାଇବାକୁ ଚେଷ୍ଟା କରିବେ। ସମସ୍ତ ଦଳ ମୋଟ୍‌ ଖେଳାଳିମାନଙ୍କୁ କିଣିବା ପାଇଁ ମୋଟ ୮୫କୋଟି ଟଙ୍କା ଖର୍ଚ୍ଚ କରିପାରିବେ।

ତେଣୁ ବର୍ତ୍ତମାନ ଦଳ ପାଖରେ ମହଜୁତ୍ ଥିବା ବଳକା ଟଙ୍କାରେ ଦଳମାନେ ନିଜ ପାଇଁ ଖେଳାଳି କିଣିବେ। ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲସ୍ ପାଖରେ ସର୍ବାଧିକ ୮.୨ କୋଟି ଟଙ୍କା ଅଛି। ଯେଉଁ ଟଙ୍କାରେ ସେ ଖେଳାଳିଙ୍କ ଉପରେ ନିଲାମ ଡାକିପାରିବ। ସେହିପରି କୋହଲିଙ୍କ ନେତୃତ୍ୱାଧୀନ ଆରସିବି ଦଳ ପାଖରେ ସର୍ବନିମ୍ନ ୧.୮ କୋଟି ଟଙ୍କା ବଳକା ଅଛି।

Comment