ଓଡ଼ିଶାଲାଇଭ ବ୍ୟୁରୋ


ନାବାଳିକାକୁ ଦୁଷ୍କର୍ମ କରି ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଜଣେ ନାବାଳିକାକୁ ୮ ମାସ ଧରି ଦୁଷ୍କର୍ମ କରିବା ପରେ ଫଟୋ ଭାଇରାଲ କରିଥିଲା ଅଭିଯୁକ୍ତ। ପରେ ପରିବାର ଲୋକଙ୍କ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ଅଭିଯୁକ୍ତର ବିରୋଧରେ ଦୁଷ୍କର୍ମ, ପୋକ୍ସୋ ଆଇନରଦଫା ଲାଗିଛି।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବୁଆଁଳ ଗାଁର ଅନନ୍ତ ସିଂହ ନାମକ ଏହି ଯୁବକ ଜଣେ ନାବାଳିକାଙ୍କୁ ବିଭିନ୍ନ ସମୟରେ ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରି ଆସୁଥିଲା। ଏହାଛଡା ଗତ ମାସ ୯ ତାରିଖରେ ଅନନ୍ତ ଏହି ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକିନେଇ ତାଙ୍କସହ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ଉତ୍ତୋଳନ କରି ମୋବାଇଲରେ ଭାଇରାଲ କରିଦେଇଥିଲା।

ଭାଇରାଲ ଫଟୋ ଚାରିଆଡେ ବୁଲିବା ଜାଣି ନାବାଳିକା ଜଣକ ଅପମାନ ସହିନପାରି ନିଜ ଘରର ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ସାନଭାଇ ତାଙ୍କୁ ରକ୍ଷା କରିଦେଇଥିଲା। ଏନେଇ ଗତ ୧ ତାରିଖରେ ନାବାଳିକାଙ୍କ ମା ପଟ୍ଟାମୁଣ୍ଡାଇ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ପୋଲିସ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଶେଷରେ ଆଜି ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଅଭିଯୁକ୍ତ ଅନନ୍ତ ବିରୋଧରେ ଭାରତୀୟ ଦଣ୍ଡବିଧୀ ଆଇନର ୩୭୬(୨)(ଏନ୍), ୩୭୬(୩), ୫୦୬ / ୬ ପୋକ୍ସୋ ଆକ୍ଟ ୬୭ (ଏ) , ୬୭(ବି) / ଆଇଟି ଆକ୍ଟ ୩(୧)(w) (i,)(ii,)/୩(୨)(v)(va)/SC, ST(POA) ଦଫାରେ ମାମଲା ଋଜୁ କରିଛି ପୋଲିସ।

Comment