ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତୁ ଜାଣିବା କିଭଳି ଘରେ ପ୍ରସ୍ତୁତ କରିବା ହଟ୍‌ ଆଣ୍ଡ ସୋର୍‌ ଚିକେନ୍‌ ସୁପ୍‌?

ଆବଶ୍ୟକୀୟ ସାମଗ୍ରୀ – ୧୦୦ଗ୍ରାମ୍‌ ବୋନ୍‌ଲେସ୍‌ ଚିକେନ୍‌, ଖଣ୍ଡିଏ ଛୋଟ ଅଦା, ୩ଟି ତେଜପତ୍ର, ୨ଟି ଗୁଜରାତି, ୨ଚାମଚ କର୍ଣ୍ଣଫ୍ଲୋର, ୧ଟି ପିଆଜ, ଅଳ୍ପ ଧନିଆ ପତ୍ର, ୧ଚାମଚ ଗୋଲମରିଚ ଗୁଣ୍ଡ, ୫ଟି କଟା କଞ୍ଚାଲଙ୍କା, ୧ଟି ରସୁଣ, ୨ଖଣ୍ଡ ଡାଲଚିନି, ୧ଚାମଚ ଲହୁଣି, ସ୍ୱାଦ ଅନୁଯାୟୀ ଲୁଣ ଏବଂ ଆବଶ୍ୟକ ଅନୁଯାୟୀ ଟମାଟୋ ସସ୍‌, ଚିଲି ସସ୍‌, ଭିନେଗାର ଓ ସୋୟା ସସ୍‌।

ପ୍ରସ୍ତୁତି ପ୍ରଣାଳୀ  ପ୍ରଥମେ ସବୁ ଚିକେନ୍‌କୁ ୫କପ୍‌ ପାଣି ଏବଂ ଭିନେଗାର ଦେଇ ଅଳ୍ପ ଆଞ୍ଚରେ ସିଝାନ୍ତୁ। ଏବେ ପିଆଜ, ରସୁଣ, ତେଜପତ୍ର, ଡାଲଚିନି ଓ ଗୁଜରାତିକୁ ଏକତ୍ର ବାଟି ସେଥିରେ ପକାନ୍ତୁ।

ଚିକେନ୍‌ ସିଝିଗଲା ପରେ ସେଥିରେ କଟା କଞ୍ଚାଲଙ୍କା, ସୋୟା ସସ୍‌, ଚିଲି ସସ୍‌, ଟମାଟୋ ସସ୍‌ ଏବଂ କର୍ଣ୍ଣଫ୍ଲୋର ପକାଇ ଆଉ ୫ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ପରଶିବା ବେଳେ ସେଥିରେ ଅଳ୍ପ ଟମାଟୋ ସସ୍‌, ଅଳ୍ପ ସୋୟା ସସ୍‌, ଲୁଣ, ଗୋଲମରିଚ ଗୁଣ୍ଡ, ଧନିଆପତ୍ର ଓ ଲହୁଣି ପକାନ୍ତୁ।

ପ୍ରସ୍ତୁତ ହୋଇଗଲା ଆପଣଙ୍କର ହଟ୍‌ ଆଣ୍ଡ ସୋର୍‌ ଚିକେନ୍‌ ସୁପ୍‌। ଚାହିଁଲେ ଆପଣ ଏହି ସୁପ୍‌ରେ ଗାଜର, ବିନ୍ସକୁ ମଧ୍ୟ ଛୋଟ ଛୋଟ କାଟି ସିଝାଇ ପକାଇ ପାରିବେ।

Comment