ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ଭାଇରସ ପ୍ରଭାବ କୁକୁଡା ଉପରେ ପଡିଛି। କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଚିକେନ କେଜି ୨୫ ଟଙ୍କା ହୋଇଛି। କରୋନା ଭାଇରସ୍‌ ଭୟରେ ଲୋକମାନେ ଚିକେନ ଖାଇବା ବନ୍ଦ କରିଦେବାରୁ ଏଠାରେ ଚିକେନ ଦାମ୍‌ କମିବାରେ ଲାଗିଛି।

ପୂର୍ବରୁ ଏହି ଅଞ୍ଚଳରେ ଚିକେନ୍‌ କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି କରାଯାଉଥିଲା। କରୋନା ଭାଇରସ୍‌ ଆତଙ୍କରେ ଏବେ ଲୋକେ ଚିକେନ କାଇବା ବନ୍ଦ କରି ଦେଇଛନ୍ତି ଫଳରେ ଚିକେନ ଦାମ୍‌ ଶସ୍ତା ହୋଇଯାଇଛି। ଏଥିପାଇଁ ଫାର୍ମ ମାଲିକମାନେ କ୍ଷତିରେ ରହୁଛନ୍ତି।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ଭାରତରେ ମଧ୍ୟ ୧୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।

Comment