ଓଡ଼ିଶାଲାଇଭ୍‌ ବ୍ୟୁରୋ

”ଆତଙ୍କବାଦୀଙ୍କୁ ମିଳୁଥିବା ଫଣ୍ଡିଂ କମିଲେ ଆତଙ୍କବାଦ କମିବ। ସେହିପରି ନକ୍ସଲଙ୍କୁ ମିଳୁଥିବା ଆର୍ଥିକ ସହାୟତା ମଧ୍ୟ ବନ୍ଦ କରାଯିବା ଆବଶ୍ୟକ। ଏଥିସହିତ ଆତଙ୍କବାଦ ନିରୋଧ କ୍ଷେତ୍ରରେ ନୂଆ ଟେକନୋଲୋଜୀର ବ୍ୟବହାର ହେଉ”, ଭୁବନେଶ୍ୱରରେ ଅନୁଷ୍ଠିତ ଆତଙ୍କବାଦ ଦମନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଏନ୍‌ଆଇଏ (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି) ଡିଜି ଯୋଗେନ୍ଦ ଚନ୍ଦ୍ର ମୋଦୀ।

ବିଭିନ୍ନ ରାଜ୍ୟର ଆତଙ୍କୀ ମାମଲା ଏନିଆଇଏକୁ ହସ୍ତାନ୍ତର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଆତଙ୍କୀ ଅନୁପ୍ରବେଶ କରିବା ଫଳରେ କିପରି ତାହାର ମୁକାବିଲା ଓ କେଉଁ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ, ଆଇନ ବ୍ୟବସ୍ଥା କଣ ରହିଛି ଏହି ସବୁ ଦିଗ ଉପରେ ପୋଲିସକୁ ତାଲିମ ଦେବା ପାଇଁ ଭୁବନେଶ୍ୱର ପୋଲିସ ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କର୍ମଶାଳାରେ ପୋଲିସ ଡିଜି ବିକେ ଶର୍ମା, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଏନଆଇଏ ଆଇଜି ଜି.ପି ସିଂହ ଓ ଡିଆଇଜି ଓ କ୍ରାଇମବ୍ରାଞ୍ଚ ଏଡିଜି ଉପସ୍ଥିତ ରହିଛନ୍ତି।

LEAVE A REPLY

Please enter your comment!
Please enter your name here