ଓଡ଼ିଶାଲାଇଭ ବ୍ୟୁରୋ

୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଭିଜିଲାନ୍ସ ଯାଞ୍ଚରେ ଦୁର୍ନୀତି ପ୍ରମାଣ ମିଳିଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେମାନଙ୍କୁ ନିଜ କାର୍ଯ୍ୟରୁ ଅବସର ଦିଆଯାଇଛି।

ବାଧ୍ୟତାମୂଳକ ଅବସର ଦିଆଯାଉଥିବା ଅଧିକାରୀମାନେ ହେଲେ ଫରେଷ୍ଟ ଡେପୁଟି କନଜର ଭେଟର ଶରତ ପଣ୍ଡା, ଆରଟିଓ ଅଫିସର ବସନ୍ତ ବେହେରା ଓ ଏକ୍ସାଇଜ ଡେପୁଟି କମିସନର ଦିଲୀପ ନାଗ୍‌।

୨୦୧୬ ବିମୁଦ୍ରୀକରଣ ବେଳେ ଶରତ ପଣ୍ଡା ନିଜ ପରିବାର ନାଁରେ ବିପୁଳ ଅର୍ଥ ଜମା କରିଥିଲେ। ସେତେବେଳେ ସରକାରୀ କର୍ମଚାରୀ ଭାବେ ସେ ସର୍ବାଧିକ ଟଙ୍କା ଜମା କରିଥିଲେ। ଭିଜିଲାନ୍ସ ଯାଞ୍ଚ ବେଳେ ତାଙ୍କ ପାଖରୁ ୫ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା।

ଢେଙ୍କାନାଳ ଆରଟିଓ ଥିବା ବେଳେ ବସନ୍ତଙ୍କ ଘରୁ ୩ କୋଟି ୬୧ ଲକ୍ଷ ଟଙ୍କା ଜବତ ହୋଇଥିଲା। ସେହିପରି ଭିଜିଲାନ୍ସ ରେଡ୍‌ ବେଳେ ଦୀଲିପ ନାଗ୍‌ଙ୍କ ଘରୁ ୪୭ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ପରେ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ଵିତ କରାଯାଇଥିଲା।

Comment